“ବାହ’ଓଲ୍ଲହ ଆଦେଶ ପ୍ରଦାନ କରିଅଛନ୍ତି ଯେ ବିଶ୍ୱର ସମସ୍ତ ଧାର୍ମିକ ବ୍ୟକ୍ତି ମାନଙ୍କ ନିମନ୍ତେ ଏକ ଉପାସନା ସ୍ଥଳର ନିର୍ମାଣ କରାଯାଉ; ଯଦ୍ୱାରା ସମସ୍ତ ଧର୍ମ , ଜାତି ଏବଂ ସମ୍ପ୍ରଦାୟ ଗୁଡିକ ଏହାର ସାର୍ବଭୌମିକ ଆଶ୍ରୟରେ ଏକତ୍ରୀତ ହୋଇପାରିବେ; ଯଦ୍ୱାରା ମାନବଜାତିର ଏକତାର ଉଦ୍ଘୋଷଣା ଏହାର ଉନ୍ମୁକ୍ତ ଦରବାର ଗୁଡିକ ଠାରୁ ଆଗକୁ ବଢିବ ।”
— ଉପାସନା ଗୃହ
ବାହ’ଈମାନଙ୍କ ନିମନ୍ତେ ଭକ୍ତିମୟ ଜୀବନ, ପ୍ରାର୍ଥନା ତଥା ଧ୍ୟାନରେ ବିତାଯାଇଥିବା ସମୟ କେବଳ ବ୍ୟକ୍ତିଗତ ସନ୍ତୋଷ ପାଇଁ କରାଯାଇନଥାଏ; ଏହା ବ୍ୟକ୍ତି ଓ ବସତିକୁ ନିଜର ଆଧ୍ୟାତ୍ମିକ ଶକ୍ତି ଗୁଡିକୁ କାର୍ଯ୍ୟରେ ଅଭିବ୍ୟକ୍ତ କରିବା ନିମନ୍ତେ ପ୍ରେରିତ କରିଥାଏ ଯଦ୍ୱାରା ବିଶ୍ୱର ଉନ୍ନତି ହୋଇଥାଏ ।
ଉପାସନା ଓ ସେବା ମଧ୍ୟରେ ରହିଥିବା ସମ୍ପର୍କର ଏକ ଦୁରଦୃଷ୍ଟି ଦ୍ୱାରା, ପ୍ରାର୍ଥନା କାର୍ଯ୍ୟରେ ରୁପାନ୍ତରିତ ହୁଏ ଏବଂ କାର୍ଯ୍ୟଗୁଡିକ ଆଧ୍ୟାତ୍ମିକତା ଭରିଦିଏ । ବ୍ୟବହାରିକ ପଦକ୍ଷେପ ଗୁଡିକ ସହିତ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ସମ୍ଭବ ହୋଇଯାଏ । ଭାରତରେ ଗ୍ରାମୀଣ ତଥା ପଡୋଶୀ କ୍ଷେତ୍ର ଗୁଡିକରେ ସମୁଦାୟ ଜୀବନର ଏକ ଢାଞ୍ଚା ପ୍ରସ୍ତୁତ କରାଯାଉଅଛି ଯେଉଁଥିରେ ଉପାସନା ଓ ସେବାର ଏହି ବିଶିଷ୍ଟତା ଗୁଡିକ ପରସ୍ପର ସହିତ ନିବଡ ଭାବରେ ସମ୍ବନ୍ଧିତ ଅଟେ ।
ପଦ୍ମ ମନ୍ଦିର ଭାବରେ ପରିଚିତ, ନୂଆଦିଲ୍ଲୀ ସ୍ଥିତ ଏହି ବାହ’ଈ ଉପାସନା ମନ୍ଦିର ବାହ’ଈ ଜୀବନର ଏହି ଦୁଇ ପକ୍ଷ–ଉପାସନା ଓ ସେବାକୁ ଯୋଡିଥାଏ । ଏହି ଉପାସନା ସ୍ଥଳ ନଅଟି ପ୍ରବେଶ ଦ୍ୱାର ବିଶିଷ୍ଟ ଏକ କେନ୍ଦ୍ରୀୟ ପ୍ରାର୍ଥନା ଗୃହକୁ ନେଇ ଗଠିତ ଅଟେ ଯାହା ଧର୍ମର ଏକତା ଓ ଏହି ବିଚାରର ପ୍ରତିନିଧିତ୍ୱ କରିଥାଏ ଯେ ଈଶ୍ୱରଙ୍କ ସମସ୍ତ ସନ୍ଦେଶ ବାହକ ଅଥବା ଅବତାରଗଣଙ୍କ ଶିକ୍ଷାବଳୀ ଗୁଡିକ ଅନ୍ତତଃ ସେହି ଏକ ବାସ୍ତବିକତାର ସମସ୍ତ ଦ୍ୱାର ଗୁଡିକ ଅଟନ୍ତି । ଏହି ମନ୍ଦିର ସ୍ୱୟଂ ଉଦ୍ୟାନ ଗୁଡିକ ଦ୍ୱାରା ଘେରି ହୋଇଅଛି ଯାହା ଆଗନ୍ତୁକ ମାନଙ୍କୁ ସେମାନଙ୍କ ଦୃଢ ଭକ୍ତି ନିମନ୍ତେ ଆଧ୍ୟାତ୍ମିକ ଭାବରେ ପ୍ରସ୍ତୁତ କରିବାର ସେବା ପ୍ରଦାନ କରିଥାଏ । ଏହା ପରିକଳ୍ପିତ ଅଟେ ଯେ ମନ୍ଦିର ପରିପାଶ୍ୱର୍ରେ ଏପରି ଅନେକ ଗୁଡିଏ ସଂସ୍ଥାର ବିକାଶ ହେବ ଯାହା ଲୋକମାନଙ୍କ ଆଧ୍ୟାତ୍ମିକ ତଥା ଶୈକ୍ଷଣିକ ଆବଶ୍ୟକତା ଗୁଡିକୁ ସେବା ପ୍ରଦାନ କରିବ । ମନ୍ଦିର ମଧ୍ୟରେ ହେଉଥିବା ନିରନ୍ତର ପ୍ରାର୍ଥନା ଓ ଧ୍ୟାନ ଦ୍ୱାରା ସୃଜିତ ଚେତନା, ଦିଲ୍ଲୀର ପଡୋଶୀ କ୍ଷେତ୍ର ତଥା ଦୂର ଦୂର ପର୍ଯ୍ୟନ୍ତ କ୍ଷେତ୍ର ଗୁଡିକରେ ହେଉଥିବା ବସତି ନିର୍ମାଣ ଗତିବିଧି ଗୁଡିକ ମଧ୍ୟକୁ ପ୍ରବାହିତ ହୋଇଥାଏ ।